The Ultimate Managed Hosting Platform
ADVERTISEMENT

ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ବିଶିଷ୍ଠ ଶିଳ୍ପପତି ତଥା ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ଅଷ୍ଟ୍ରେଲିଆର ରାଜଦୂତ ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏନେଇ ଅଷ୍ଟ୍ରେଲିଆର ରାଜଦୂତ ବେରୀ ଓ ଫେରେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି ଭାରତ ସହ ଅଷ୍ଟ୍ରେଲିଆରେ ବି ରତନ ଟାଟାଙ୍କ ଯୋଗଦାନ ରହିଛି ଓ ସେ ଜଣେ ବିଶିଷ୍ଠ ଶିଳ୍ପପତି । ଫେରେଲ ସୋସିଆଲ ମିଡିଆରେ ଫଟୋସହ ଏକ ପୋଷ୍ଟ କରି ଲେଖିଛନ୍ତି କି, ଭାରତରେ ରତନ ଟାଟା ବ୍ୟବସାୟୀକ ଶିଳ୍ପ ପରୋପକାର ପାଇଁ ବେଶ୍ ପରିଚିତ । ରତନ ଟାଟାଙ୍କର ଯୋଗଦାନର ପ୍ରଭାବ ଅଷ୍ଟ୍ରେଲିଆରେ ବି ଦେଖିବାକୁ ମିଳିଛି । ସେପଟେ ରତନ ଟାଟା ସୋସିଆଲ ମିଡିଆରେ ଲେଖିଛନ୍ତି କି, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ସେ ବେଶ୍ ଖୁସି ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login