ଭୁବନେଶ୍ୱର : ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସକୁ ଘେରିଲା ବିଜେପି । ଦେଶବ୍ୟାପି ବିକ୍ଷୋଭକୁ ସଭାପତି ମନମୋହନ ସାମଲଙ୍କ ସମାଲୋଚନା । ରକ୍ଷକ ଯଦି ଭକ୍ଷକ ହେବ ତା ହେଲେ କିଏ ରକ୍ଷା କରିବ । ଲୋଭରୁ ପାପ , ପାପରୁ ମୃତ୍ୟୁ ଅବସ୍ଥାରେ କଂଗ୍ରେସ । ପ୍ରାୟ ୫ ହଜାର କୋଟିର ସମ୍ପତ୍ତିକୁ ୫୦ ଲକ୍ଷରେ କିଣିଲେ । ବିକିଥିବା ଓ କିଣିଥିବା ବ୍ୟକ୍ତି ଜଣେ ଥିଲେ , ମୋତିଲାଲ ଭୋରା । ସୋନିଆ ଗାନ୍ଧି ସଭାପତି ଥିବା ବେଳେ ଏହା ହୋଇଥିଲା । ନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି। ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଭୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାଆଁ ରହିଛି। ଏଥିରୁ ପ୍ରମାଣିତ ହେଉଛି ଯେ ଉଭୟେ ଅଭିଯୁକ୍ତ। ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଏଭଳି କହି କଂଗ୍ରେସ ଉପରେ ବର୍ଷିଛନ୍ତି।
Views: 17