କରଣ ଜୋହରଙ୍କ ଆଗାମୀ ଫିଲ୍ମ ରକି ଔର ରାନୀକି ପ୍ରେମ କାହାଣୀର ସାମ୍ନାକୁ ଆସିଲା ରିଲିଜ୍ ଡେଟ୍ । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ଅଛନ୍ତି। ଏମାନଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ । କରଣ ଜୋହର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।
ଅଭିନେତା ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେଉଁଥିରେ ଲେଖା ଅଛି, ‘୭ବର୍ଷ ପରେ ଏବେ ସମୟ ଆସିଯାଇଛି। ରକି ଔର ରାନୀକି ପ୍ରେମ କାହାଣୀ ୨୮ ଏପ୍ରିଲ ୨୦୨୩ରେ ହଲ୍ରେ ରିଲିଜ୍ ହେଉଛି।କହିବାକୁ ଗଲେ ଆଲିଆ ଗର୍ଭାବସ୍ଥାରେ ଏହି ଫିଲ୍ମର ସୁଟିଂ କରିଥିଲେ । ଆଲିଆ ଏବଂ ରଣବୀରଙ୍କ ଏହା ଦ୍ୱିତୀୟ ଫିଲ୍ମ । ଏହାପୂର୍ବରୁ ଉଭୟ ଗୁଲି ବଏ ଫିଲ୍ମରେ ଏକାଠି କାମ କରିଛନ୍ତି।

Views: 86