ଯାଜପୁର : ବାଲିଚନ୍ଦ୍ରପୁର ଥାନା ହାଜତରେ ଦଳିତ ଯୁବକଙ୍କୁ ନିର୍ଯାତନା ଅଭିଯୋଗ । ଥାନାରେ ପ୍ରବଳ ମାଡ ଯୋଗୁ ଯୁବକ ବିଷ ପିଇ ଦେଇଥିବା ସାଂଘାତିକ ଅଭିଯୋଗ । ଯୁବକଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ଆଣିଲେ ସମ୍ପର୍କୀୟ । ପରିବାରକୁ ନ ଜଣାଇ କଟକ ବଡ ମେଡିକାଲରେ ଯୁବକଙ୍କୁ ଭର୍ତ୍ତି କରିଛି ପୋଲିସ । ସୂଚନା ଅନୁଯାୟୀ, ଏକ କେସ୍ ରେ ସମ୍ପୃକ୍ତି ନେଇ ଅଣକା ପଞ୍ଚାୟତ ମହୀପୁର ଗାଁର ରବୀନ୍ଦ୍ର ମଲିକଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ରବୀନ୍ଦ୍ର ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ହେଲେ ପରିବାରକୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ମେଡିକାଲରେ ରବୀନ୍ଦ୍ରଙ୍କର ଚିକିତ୍ସା ଚାଲିଛି । ୪ଜଣ ପୋଲିସ କର୍ମଚାରୀ ତାଙ୍କୁ ମେଡ଼ିକାଲରେ ଜଗି ରହିଛନ୍ତି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
Views: 29