The Ultimate Managed Hosting Platform
ADVERTISEMENT

ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ

Facebook
Twitter
LinkedIn

ନୂଆଦିଲ୍ଲୀ : ନିଜଦେଶର ଲୋକଙ୍କୁ ଖାଇବାକୁ ଦୁଇ ବେଳା ଯୋଗାଇ ପାରୁ ନଥିବା ଭିକାରୀସ୍ତାନ ଭାରତ ସହ ଯୁଦ୍ଧ କରିବାକୁ ଲାଗିପଡ଼ିଛି ପ୍ରସ୍ତୁତିରେ । ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି ତ, ଆରବ ସାଗରରେ ଭାରତକୁ ଆଖି ଦେଖାଉଛି । ଧ୍ବଂସର ଦ୍ବାର ଦେଶରେ ଛିଡ଼ା ହୋଇଥିବା ପାକିସ୍ତାନ ଏବେ କ୍ଷପଣାସ୍ତ୍ର ପରୀକ୍ଷା କରିଛି । ଆଜି ପାକିସ୍ତାନ ପକ୍ଷରୁ ଅବଦାଲି ନାମକ ବାଲେଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୪୫୦ କିମି ରହିଥିବା ଜଣାପଡ଼ିଛି । ସୋନମିୟାନି ରେଞ୍ଜରେ ପାକିସ୍ତାନ ଏହି ପରୀକ୍ଷଣ କରିଛି । ଆର୍ମୀ ଷ୍ଟ୍ରେଟେଜିକ ଫୋର୍ସେଜ୍ କମାଣ୍ଡ (ASFC) ଆଧାରରେ ଅପରେସନାଲ ୟୁଜର୍ସ ଟ୍ରାଏଲର ଏହା ଏକ ଅଂଶ । ଯାହା ପାକିସ୍ତାନର ପରମାଣୁ କ୍ଷମତା ମିଜାଇଲ ସିଷ୍ଟମର ଦେଖାରଖା କରିଥାଏ ।ପାକିସ୍ତାନୀ ମିଡ଼ିଆ ଅନୁସାରେ, ଏହି ମିଜାଇଲର ପରୀକ୍ଷଣ ମିଲିଟ୍ରି ଡ୍ରିଲ ‘ଏକ୍ସରସାଇଜ୍ ଇଣ୍ଡସ’ ଆଧାରରେ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ପାକିସ୍ତାନ ସେନାର ଷ୍ଟ୍ରେଟଜିକ ଫୋର୍ସ କମାଣ୍ଡ’ର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ ମହମ୍ମଦ ଶାହାବାଜ ଖାନ ଏବଂ ଷ୍ଟ୍ରେଟଜିକ ପ୍ଲାନ୍ସ ଡିଭିଜନର ଡିଜି ମେଜର ଜେନେରାଲ ଶହରୟାର ପରବେଜ ଉପସ୍ଥିତ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ

ଯୁଦ୍ଧ ପାଇଁ ପ୍ରସ୍ତୁତି, କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକ

ନୂଆଦିଲ୍ଲୀ : ନିଜଦେଶର ଲୋକଙ୍କୁ ଖାଇବାକୁ ଦୁଇ ବେଳା ଯୋଗାଇ ପାରୁ ନଥିବା ଭିକାରୀସ୍ତାନ ଭାରତ ସହ ଯୁଦ୍ଧ କରିବାକୁ ଲାଗିପଡ଼ିଛି ପ୍ରସ୍ତୁତିରେ । ସୀମାରେ ଅସ୍ତ୍ର...

ପାକିସ୍ତାନ ଜାହାଜକୁ ଭାରତ ମନା,ଆମଦାନୀ-ରପ୍ତାନୀ ବନ୍ଦ

ପାକିସ୍ତାନ ଜାହାଜକୁ ଭାରତ ମନା,ଆମଦାନୀ-ରପ୍ତାନୀ ବନ୍ଦ

ନୂଆଦିଲ୍ଲୀ : ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା ।ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା ।ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା...

ADVERTISEMENT

Login