The Ultimate Managed Hosting Platform
ADVERTISEMENT

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା

Facebook
Twitter
LinkedIn

ୟୁପି : ଯାତ୍ରୀବାହୀ ବସ-ଟ୍ରକ ମୁହାଁ ମୁହିଁ ଧକ୍କା । ୟୁପିର ନ୍ୟାସନାଲ ହାଇୱେ-୨୮ରେ ଘଟିଛି ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଛି ।ସୂଚନାନୁଯାୟୀ, ଏହି ଦୁର୍ଘଟଣା କୋତୱାଲି ପୋଲିସ ଷ୍ଟେସନ ଅଧୀନରେ ଥିବା ବସ୍ତି-ବରଗଡୱା ରୋଡର ହରଡିଆ ଛକ ନିକଟରେ ଘଟିଛି । ତୀର୍ଥଯାତ୍ରୀ ବସଟି ସନ୍ଥ କବୀର ନଗରରୁ ଆଜମେର ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବସର ସାମ୍ନା ଭାଗ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ମୃତଦେହଗୁଡିକ ଗାଡ଼ି ଭିତରେ ଫସି ରହିଥିଲା । ପୋଲିସ ପ୍ରଶାସନ ତୁରନ୍ତ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login