ନୂଆଦିଲ୍ଲୀ : ଦିଲ୍ଲୀ ନର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତା’କୁ ପୂରା କରିବାକୁ ଯାଉଛି। ବିଜେପିର ପ୍ରତିଶ୍ରୁତି ତାଲିକାରେ ପ୍ରମୁଖ ସ୍ଥାନ ପାଇଥିବା ଯମୁନା ସଫେଇ କାର୍ୟ୍ୟ ରବିବାର ଦିନ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ଏବଂ ଜାତୀୟ ରାଜଧାନୀର ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ବୈଠକ ପରେ ଏହି କାର୍ୟ୍ୟାଆରମ୍ଭ ହୋଇଛି। ଯେଉଁଠାରେ ଯମୁନା ନଦୀ ସଫା କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଜାରି କରାଯାଇଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପୂର୍ବରୁ ଯମୁନା ନଦୀ ସଫା କରିବା ଭାରତୀୟ ଜନତା ପାର୍ଟିର ପ୍ରତିଶ୍ରୁତି ଥିଲା। ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ୍ ଦାବି କରିଥିଲେ ଯେ ହରିଆଣା “ଯମୁନା ନଦୀରେ ବିଷ” ମିଶାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନ ଭାଷଣରେ ଏହା ମଧ୍ୟ କହିଥିଲେ ଯେ ବିଜେପି “ଯମୁନା ଜୀଙ୍କୁ ପରିଚୟ ପ୍ରଦାନ କରିବ’’।
Views: 21