The Ultimate Managed Hosting Platform
ADVERTISEMENT

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଭାରତୀ ସିଂ

Facebook
Twitter
LinkedIn

ଭାରତୀ ଓ ହର୍ଷଙ୍କ ଘରେ ଏବେ କୁଆଁ କୁଆଁ ଶବ୍ଦ ଶୁଣିବାକୁ ମିଳିଛି । ନିକଟରେ ଭାରତୀ ମା ହୋଇଛନ୍ତି । ତାଙ୍କର ଏକ ପୁଅ ହୋଇଛି ବୋଲି ସେ ଇନଷ୍ଟାଗ୍ରାମରେ ପୋଷ୍ଟରେ ସୂଚନା ଦେଇଛନ୍ତି। ଭାରତୀ ଓ ହର୍ଷ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି । ହେଲେ ବର୍ତ୍ତମାନ ଭାରତୀ ତାଙ୍କ ଯନ୍ତ୍ରଣା ବିଷୟରେ ଜଣାଇଛନ୍ତି । ତଥାପି ଭାରତୀ ଯନ୍ତ୍ରଣାକୁ ସହ୍ୟ କରି ନେଇ ଥିଲେ। କାହାକୁ କିଛି ଜଣାଇନଥିଲେ। ଏପରିକି ସେ ନିଜ ଘର ଲୋକଙ୍କୁ ମଧ୍ୟ କିଛି କହିନଥିଲେ। ଡେଲିଭରୀ ପୂର୍ବରୁ କିଛି ଏଭଳି ଥିଲା କମେଡି କୁଇନ୍‌ ଭାରତୀ ସିଂହଙ୍କ ଅବସ୍ଥା।ଗର୍ଭବତୀ ଥାଇ ମଧ୍ୟ ଡେଲିଭରୀ ପୂର୍ବଦିନ ଯାଏଁ କାମ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀ। ଦୀର୍ଘ ୯ ମାସ ଯାଏଁ ସେ ଶୁଟିଂ କରିଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା ତାହା ଏବେ ସାମ୍ନାକୁ ଆସିଛି। ଭାରତୀ ନିଜ ସୋସିଆଲ ମିଡିଆ ବ୍ଲଗ ଜରିଆରେ ଏହି ସୂଚନା ଦେଇଛନ୍ତି। ବ୍ଲଗ୍‌ରେ ଡେଲିଭରୀର ଦୁଇ ଦିନ ପୂର୍ବରୁ ଏବଂ ହସ୍ପିଟାଲ ଯିବା ଯାଏଁ କିଭଳି ଥିଲା ତାଙ୍କ ଅବସ୍ଥା ଥିଲା ସେ ସବୁ ବଖାଣିଛନ୍ତି ।

ସେ କିହଛନ୍ତି ଛୁଆ ଜନ୍ମ ହେବାର ଦୁଇ ଦିନ ପୂର୍ବରୁ ତାଙ୍କ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତେବେ ଏହା ପ୍ରସବ ଯନ୍ତ୍ରଣା ଥିଲା ନା ଆଉ କିଛି ତାହା ସେ ଜାଣି ପାରିନଥିଲେ। କାଳେ ଘର ଲୋକ ଚିନ୍ତିତ ହୋଇପଡିବେ ସେ ଏନେଇ କାହାକୁ ଜଣାଇନଥିଲେ। ଏହାପରେ ସେ ସ୍ୱାମୀ ହର୍ଷଙ୍କ ସହ କାର୍‌ରେ ବସି ହସ୍ପିଟାଲ ଯାଇଥିଲେ। ଏ ସମସ୍ତ ଘଟଣାକୁ ଭାରତୀ ନିଜ କ୍ୟାମେରାରେ କଏଦ୍‌ କରିଛନ୍ତି। ଏହା ତାଙ୍କ ଜୀବନର ସବୁଠୁ ବଡ କଠିନ ସମୟ ଥିଲା । ଭାରତୀ ହସ୍ପିଟାଲ ଯିବା ସମୟରେ ବେଶ୍‌ ଭୟଭୀତ ହୋଇପଡିଥିଲେ । ସେ ଖୁବ୍‌ କାନ୍ଦିବାକୁ ଲାଗିଥିଲେ। ଶେଷରେ ଭାରତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଭାରତୀ ଏବଂ ପୁଅ ପୁରାପୂରି ସୁସ୍ଥ ଥିବା ନେଇ ହର୍ଷ ଟ୍ୱିଟ୍‌ କରି ନିଜ ଫ୍ୟାନ୍‌ମାନଙ୍କୁ ଜଣାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login