ଭୁବନେଶ୍ୱର : ‘ମୋ ବସ’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ’ । ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ‘ମୋ ବସ’ ଏକ ଅହଙ୍କାର ଶବ୍ଦ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମୋହନ ସରକାର ଲୋକଙ୍କ ସରକାର , ଆମର କହିବା ଠିକ ହେବ । ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ । ଡ୍ରାଇଭର ଆଲର୍ଟ ରହିବା ପାଇଁ ବସରେ ଆଡସ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ ବାଜିବ ।
Views: 35