ଭୁବନେଶ୍ୱର : ମୋ ବସ ଦୁର୍ଘଟଣାରେ ଗୁରୁତର ମହିଳାଙ୍କ ମୃତ୍ୟୁ । ଏମସର ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ । ଗତ ଶୁକ୍ରବାର ପାତ୍ରପଡାରେ ଘଟିଥିଲା ଦୁର୍ଘଟଣା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡି ନେଇଥିଲା ମୋ ବସ ।ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇଥିଲା ମାଆ । ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲେ । ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା । କଳିଙ୍ଗ ନଗର ଡିପୋକୁ ବସ୍ ଟି ଯିବାବେଳେ ଦୁର୍ଘଟଣା ଘଟିଥିଲା ।
Views: 24