The Ultimate Managed Hosting Platform
ADVERTISEMENT

ମୋନାଲିସାଙ୍କୁ ଅଫର କରିଥିବା ଫିଲ୍ମ ନିର୍ଦ୍ଦେଶକ ଗିରଫ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକୁମ୍ଭ ମେଳାରେ ଭାଇରାଲ୍ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ର ଗିରଫ । ଦୁଷ୍କର୍ମ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ, ତାଙ୍କୁ ଦିଲ୍ଲୀର ନବି କରିମ ପୋଲିସ ଷ୍ଟେସନ ଗିରଫ କରିଥିଲା । ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ର ଏକ ଛୋଟ ସହରର ହିରୋଇନ ହେବାକୁ ଚାହୁଁଥିବା ଝିଅକୁ ଅନେକ ଥର ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ କହିବା ଅନୁଯାୟୀ, ସେ ୨୦୨୦ ମସିହାରେ ଟିକଟକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସନୋଜ ମିଶ୍ରଙ୍କୁ ଭେଟିଥିଲେ ।ପୀଡିତା ତାଙ୍କୁ ଭେଟିବାକୁ ମନା କରିଦେବାରୁ ଅଭିଯୁକ୍ତ ସନୋଜ ମିଶ୍ର ତାଙ୍କୁ ଧମକ ଦେଇଥିଲେ । ଏହା ପରେ ପୀଡିତା ଭୟରେ ତାଙ୍କୁ ଭେଟିବାକୁ ଯାଇଥିଲେ । ପରଦିନ ସନୋଜ ମିଶ୍ର ତାଙ୍କୁ ପୁଣି ଥରେ ଫୋନ୍ କରି ଧମକ ଦେଇ ରେଳ ଷ୍ଟେସନକୁ ଡାକିଥିଲେ । ଏହାପରେ ସନୋଜ ସେହି ଝିଅକୁ ଏକ ରିସର୍ଟକୁ ନେଇଯାଇଥିଲେ ଏବଂ ନିଶା ଦ୍ରବ୍ୟ ଦେବା ପରେ ଦୁଷ୍କର୍ମ କରିଥିଲେ ।ପୀଡିତା ଏଫଆଇଆରରେ ଦର୍ଶାଇଛନ୍ତି ଯେ ସେ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ ତିଆରି କରିଥିଲେ ଏବଂ ପ୍ରତିବାଦ କଲେ ସେଗୁଡ଼ିକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login