The Ultimate Managed Hosting Platform
ADVERTISEMENT

ମୋଦିଙ୍କୁ ଟ୍ରମ୍ପଙ୍କ ଫୋନ କଲ ; ଜନ୍ମଦିନ ଉପଲକ୍ଷେ ଜଣାଇଲେ ଶୁଭେଚ୍ଛା

Facebook
Twitter
LinkedIn

ନୂଆଦିଲ୍ଲୀ : ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ । ଏ ନେଇ ଏକ ପୋଷ୍ଟରେ ସୂଚନା ଦେଲେ ପିଏମ ମୋଦି । ଜନ୍ମ ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଡୋନାଲ୍ଡ ଟ୍ରମ୍ପ । ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଦିଗରେ ଆଲୋଚନା । ୟୁକ୍ରେନ ବିବାଦର ଶାନ୍ତି ପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ । ଏହା ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଏବେ ଟାରିଫ୍ ସମସ୍ୟା ଚାଲିଥିବା ବେଳେ ଭାରତ ସହ ଆମେରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହା ଏକ ପ୍ରୟାସ । ଏଥିସହ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ସାଇଟ୍, ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି ଯେ, ‘ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୋର ଏକ ସୁନ୍ଦର ଫୋନ ଆଲୋଚନା ହୋଇଥିଲା । ମୁଁ ତାଙ୍କୁ ଜନ୍ମଦିନର ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ସେ ବହୁତ ଭଲ କାମ କରୁଛନ୍ତି । ନରେନ୍ଦ୍ର, ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ! – ରାଷ୍ଟ୍ରପତି ଡିଜେଟି ।’ ଟ୍ରମ୍ପ ତାଙ୍କ ପ୍ରଥମ ଅକ୍ଷର (ଡୋନାଲ୍ଡ ଜନ୍ ଟ୍ରମ୍ପ) ସହିତ ପୋଷ୍ଟରେ ସ୍ୱାକ୍ଷର କରିଛନ୍ତି । ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଗତ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ପରେ ଏହା ପ୍ରଥମ ଫୋନ୍ କଲ୍ । ଜି-୭ ବୈଠକପରେ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ । ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ ଉପରେ କଟକଣା ପାଇଁ ସେ ଓ ତାଙ୍କର ଅଧିକାରୀମାନେ ଭାରତକୁ ସମାଲୋଚନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login