The Ultimate Managed Hosting Platform
ADVERTISEMENT

ମେଣ୍ଟକୁ ମନା କଲେ ମାୟାବତୀ, ଏକା ଲଢିବ ବିଏସପି

Facebook
Twitter
LinkedIn

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ବିଏସପି ପକ୍ଷରୁ ବଡ ଘୋଷଣା । ୨୦୨୪ ନିର୍ବାଚନରେ ଏକାକୀ ଲୋକସଭା ନିର୍ବାଚନ ଲଢିବ ମାୟାବତୀଙ୍କ ବିଏସପି । କୌଣସି ମେଣ୍ଟରେ ସାମିଲ ହେବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମାୟାବତୀ । ବିଏସପି ଏକାକୀ ନିଜ ଶକ୍ତି ଅନୁଯାୟୀ ନିର୍ବାଚନ ଲଢିବ ଏବଂ ଭଲ ପ୍ରଦର୍ଶନ ମଧ୍ୟ କରିବ । ମାୟାବତୀ କହିଛନ୍ତି, ଉତ୍ତରପ୍ରଦେଶରେ ବିଏସପି ଏକାକୀ ନିର୍ବାଚନ ଲଢିବା ଦ୍ୱାରା ବିରୋଧୀଙ୍କ ମନରେ ଛନକା ପଶିଛି । ଯେଉଁଥିପାଇଁ ପ୍ରତିଦିନ କିଛି ମିଛ ପ୍ରଚାର କରାଯାଉଛି । କିନ୍ତୁ ବହୁଜନ ସମାଜର ହିତ ପାଇଁ ବିଏସପି ଏକାକୀ ନିର୍ବାଚନ ଲଢିବ ଏବଂ ଏହି ନିଷ୍ପତ୍ତିରେ ଆମେ ଅଟଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login