ଭୁବନେଶ୍ୱର : ମେଡିକାଲ କଲେଜ ସିଟ ବିକ୍ରି ଘଟଣାରେ ଆନ୍ଥଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ । ଓଡିଶାରୁ ୨ , ବିହାର ଓ ଝାଡଖଣ୍ଡର ଜଣେ ଲେଖାଏଁ ଗିରଫ । ଏଥିସହିତ ୯୦ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି । ସେହିଭଳି ଏକ ବ୍ଲାଙ୍କ ଚେକ୍ ମଧ୍ୟ ରହିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ । ପ୍ରେସମିଟରେ ସୂଚନା ଦେଲେ ସିପି ଏସ ଦେବଦତ୍ତ ସିଂ । ଲକ୍ଷାଧିକ ଟଙ୍କା ନେଇ ମେଡିକାଲ ସିଟ ପାଇଁ ଡିଲ କରୁଥିଲେ ।ସୂଚନା ଅନୁସାରେ ଘରୋଇ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଇଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କଠୁ ନେଇଥିଲେ ଟଙ୍କା । ଅସଲି ପରୀକ୍ଷାର୍ଥୀ ବଦଳରେ ନକଲି ପରୀକ୍ଷାର୍ଥୀ ବସାଇବାକୁ କହି ଟଙ୍କା ନେଇଥିଲେ । ଦୁଇଜଣ ଓଡ଼ିଶାର ଥିବା ବେଳେ ଜଣେ ଲେଖାଏଁ ଝାଡ଼ଖଣ୍ଡ ଏବଂ ବିହାରର ରହିଛନ୍ତି । ସମ୍ଭବତଃ ଏମାନେ ଲୋକଙ୍କୁ ଚିଟ କରିଥାଇ ପାରନ୍ତି । ତମାମ କଡା ପଦକ୍ଷେପ ସତ୍ତ୍ୱେ ଏପରି କେମିତି ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୋଲିସ ।
Views: 16