ଭୁବନେଶ୍ୱର :କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ । ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ । ଏଥିପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିସ ପ୍ରାପ୍ତ ପରେ ଅନ୍ତିମ ସିଦ୍ଧାନ୍ତ ନେବେ ସରକାର । ଏପ ର୍ଯ୍ୟନ୍ତ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚରୁ ୨୦୨୪ ଜୁନ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।
Views: 48