ବାଲେଶ୍ୱର : ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ମୃତ ଛାତ୍ରୀଙ୍କ ଘରେ ପହଁଚି କ୍ରାଇମବ୍ରାଞ୍ଚ ଟିମର ପଚରାଉଚରା । ଭୋଗରାଇ ବ୍ଲକ ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ । ପରିବାର ସଦସ୍ୟଙ୍କୁ ଚାଲିଛି ପଚରାଉଚରା । ଏଫଏମ କଲେଜରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ । ଏଣେ ଘଟଣାର ତଦନ୍ତ ପାଇଁ ଆଜି ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ଆସୁଛି। ଜୁଲାଇ ୧୮ ଓ ୧୯ ତାରିଖ, ଦୁଇଦିନ ଉଚ୍ଚ ସ୍ତରୀୟ କମିଟି ଆଗରେ ଉପସ୍ଥିତ ରହିବା ପାଇଁ ଫକୀର ମୋହନ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଆଲୋଚନା ଓ ପଚରାଉଚରା କରିପାରେ। ଜୁଲାଇ ୧୩ ତାରିଖରେ ଉଚ୍ଚସ୍ତରୀୟ କମିଟି ପ୍ରାଥମିକ ତଦନ୍ତ କରି ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ ।
Views: 79











