The Ultimate Managed Hosting Platform
ADVERTISEMENT

ମୁମ୍ବାଇର ୧୫ ତାଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

Facebook
Twitter
LinkedIn

ମୁମ୍ବାଇ : ଦକ୍ଷିଣ ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଏକ ୧୫ ମହଲା ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ନିଆଁର ପ୍ରକୋପ ଏତେ ଥିଲା ଯେ ବିଲ୍ଡିଂର ୧୪ ତମ ମହଲା ପର୍ୟ୍ୟନ୍ତ ଏହା ବ୍ୟାପିଯାଇଥିଲା । ଘଟଣାରେ କେହି ଆହତ ହୋଇନାହାନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଲ୍ଡିଂରୁ ଭୀଷଣ ନିଆଁ ଓ ଧୂଆଁ ବାହାରୁଥିବା ଭିଡିଓରେ ଦେଖାଯାଉଛି । ବିଲ୍ଡିଂରେ ନିଆଁ ଲାଗିବା ପରେ ଆଖପାଖ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି । ଏଠାରେ ଉଚ୍ଚ ଅଟ୍ଟାଳିକାରେ ନିଆଁ ଲାଗିବା ମାତ୍ରେ ପାଞ୍ଚ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଘଟଣା ସମ୍ପର୍କରେ ସୂଚନା ଦେଇ ଅଗ୍ନିଶମ କର୍ମଚାରୀ କହିଛନ୍ତି ଯେ ରାତି ପ୍ରାୟ ୧ଟା ୧୦ ମିନିଟରେ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login