ଭୁବନେଶ୍ୱର : ଓଡିଶା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆମ ଭାଷା, ସାହିତ୍ୟ, ସଂସ୍କୃତିର ଗୈାରବ ବଢାଇଥିବା ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ପାଇଁ ବିନମ୍ର ଶ୍ରଦ୍ଧାଞ୍ଜଳୀ । ଆସନ୍ତୁ ସୁସ୍ଥ ଓ ବିକଶିତ ଓଡିଶା ଗଠନ ସଂକଳ୍ପକୁ ଆହୁରି ଦୃଢ କରିବା । ଅନ୍ୟପଟେ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା ସତ୍ୟଭାମାପୁରଠାରେ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟଅତିଥି ଭାବରେ ଯୋଗଦେବେ ।
Views: 32