The Ultimate Managed Hosting Platform
ADVERTISEMENT

ମିଆଁମାର ଭୂକମ୍ପ : ୭.୨ ତୀବ୍ରତାରେ ୨ ଥର ଝଟକା, ଭୁଶୁଡି ପଡିଲା ବିଲଡିଂ । ବାଂଲାଦେଶ, ଥାଇଲାଣ୍ଡ ଓ ଚୀନ ପ୍ରଭାବିତ

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାରରେ ଭୟଙ୍କର ଭୂକମ୍ପ । ୭.୨ ଓ ୭.୦ ତୀବ୍ରତାରେ ୨ଥର ଜୋରଦାର ଝଟ୍କା ହୋଇଛି । ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତୀବ୍ରତା ଏତେ ଅଧିକ ଥିଲା ଯେ ପଡୋଶୀ ଦେଶ ବାଂଲାଦେଶ, ଚୀନ୍, ଲାଓସ୍ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ପ୍ରଭାବିତ ହୋଇଛି । ଏପରିକି ଦିଲ୍ଲୀ ଏନ୍ସିଆରରେ ଏହାର କମ୍ପନ ଅନୁଭୂତ ହୋଇଛି। ୟୁଏସଜିଏସ କହିଛି, ମିଆଁମାରର ସାଗାଇଙ୍ଗ୍ ସହରର ଉତ୍ତର-ପଶ୍ଚିମ ଦିଗରୁ ପ୍ରାୟ ୧୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା ।

ମିଆଁମାର ବ୍ୟତୀତ ବ୍ୟାଙ୍କ୍କରେ ବି ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଭୟରେ ଲୋକମାନେ ଅଫିସ୍ ଏବଂ ଦୋକାନଗୁଡିକ ବାହାରକୁ ବାହାରି ଆସିଥିଲେ । ଭୂତତ୍ତ୍ୱବିତ୍ଙ୍କ ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ଦକ୍ଷିଣ ଉପକୂଳରେ ସାଗାଇଙ୍ଗ ନିକଟରେ ଥିଲା । ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ଏବଂ ଉଚ୍ଚ କୋଠାର ସୁଇମିଂ ପୁଲରୁ ପାଣି ମଧ୍ୟ ବାହାରକୁ ବହି ଯାଇଥିଲା । ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଦୋହଲିବା ପରେ ସେମାନଙ୍କୁ ଖାଲି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ରିପୋର୍ଟ ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login