The Ultimate Managed Hosting Platform
ADVERTISEMENT

ମିଆଁମାରରେ ପୁଣି ଭୂକମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ମିଆଁମାରରେ ପୁଣି ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ବୋଲି କୁହାଯାଉଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମିଆଁମାରର ରାଜଧାନୀ ନେପିଣ୍ଡା ନିକଟ ବୋଲି ସୂଚନା ମିଳିଛି । ଗତକାଲି ଦୁଇ ଦୁଇ ଥର ଭୂକମ୍ପରେ ଥରି ଉଠିଥିଲା ମିଆଁମାର । ଥିରେ ବଡ଼ବଡ଼ କୋଠା ସହ ରାସ୍ତାଘାଟ ଭୂଶୁଡି ପଡିଥିଲା । ଲଗାତର ଭୂକମ୍ପ ହେଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଶୁକ୍ରବାର ଦିନ ମିଆଁମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଶୁକ୍ରବାର ରାତି ୧୧.୫୬ ମିନିଟ ସମୟରେ ପୁଣି ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୪.୨ । କେବଳ ମିଆଁମାର ନୁହେଁ ଶନିବାର ସକାଳ ୫.୧୬ ମିନିଟରେ ଆଫଗାନିସ୍ତାନରେ ବି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login