The Ultimate Managed Hosting Platform
ADVERTISEMENT

ମା ହେବେ କ୍ୟାଟ୍ରିନା , ସୋସିଆଲ ମିଡିଆରେ ସେୟାର କଲେ ଫଟୋ

Facebook
Twitter
LinkedIn

ମୁମ୍ବାଇ : ଖୁସି ଖବର ଦେଲେ କ୍ୟାଟ୍ରିନା କେଫ୍ । ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ ପିତାମାତା ହେବାକୁ ଯାଉଛନ୍ତି । ବହୁତ ଦିନ ଧରି ଏହି ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଅଭିନେତ୍ରୀଙ୍କ ସ୍ବାମୀ ଏହା ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ସେ ଦୁହେଁ ସୋସିଆଲ ଏକ ଫଟୋ ସେୟାର କରିଛନ୍ତି । ଯାହା ଭାଇରଲ ହେବା ପରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେୟାର କରିଥିବା ଫଟୋରେ କ୍ୟାଟ୍ରିନା ଧଳା ସ୍ଲିଭଲେସ୍ ଡ୍ରେସରେ ନଜର ଆସିଥିଲେ । ଭିକି କୌଶଳ ତାଙ୍କ ବେବି ବମ୍ପକୁ ଧରିଥିବାର ଦେଖିବାକୁ ମିଳିଥିଲା । ଫଟୋରେ କ୍ୟାଟ୍ରିନା ଏବଂ ଭିକି ଖୁବ୍ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି । ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, ଆମ ଜୀବନରେ ବେଷ୍ଟ ଚ୍ୟାପ୍ଟର ଆରମ୍ଭ ହେବାକୁ ଯାଉଛି । ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ଏହାରି ମଧ୍ୟରେ ରିଆ କପୁର କ୍ୟାଟ୍ରିନା ଏବଂ ଭିକିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

ADVERTISEMENT
ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

Login