ଭୁବନେଶ୍ୱର : ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ ଯୋଡି ସବ୍ୟ-ଅର୍ଚ୍ଚିତା । ଅର୍ଚ୍ଚିତା ଏବେ ମା ହେବାକୁ ଯାଉଛନ୍ତି । ଏହି ଖୁସିକୁ ସେମାନେ ନିଜର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ୨୦୨୧ ମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମପକ୍ଷୀ ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଅର୍ଚ୍ଚିତା ମା’ ହେବାକୁ ଯାଉଛନ୍ତି । ଯାହାର ଖୁସି ସେଲିବ୍ରିଟି ଦମ୍ପତି ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ବୟାନ କରିଛନ୍ତି । ଏକ ସୁନ୍ଦର ଭିଡିଓ ସେୟାର କରି ଦୁହେଁ ଏହି ଖୁସି ଖବର ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ତେବେ ଯେଉଁଠି ବଲିଉଡ୍ ଦମ୍ପତି ଆଣ୍ଡାମାନ, ବାଲି ଭଳି ସ୍ଥାନକୁ ଯାଇ ଏଭଳି ଖୁସି ଖବର ସେୟାର୍ କରୁଛନ୍ତି । ସେହି ସ୍ଥାନରେ ସବ୍ୟ-ଅର୍ଚ୍ଚିତା ଭୁବନେଶ୍ବରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଏହି ଫଟୋ ସୁଟ୍ କରିଛନ୍ତି ।
Views: 76











