The Ultimate Managed Hosting Platform
ADVERTISEMENT

ମା ସମଲେଶ୍ୱରୀଙ୍କ ପୀଠରେ ପାନ, ବିଡି, ଗୁଟଖା ମନା

Facebook
Twitter
LinkedIn

ସମ୍ବଲପୁର: ମା ସମଲେଶ୍ବରୀଙ୍କ ପୀଠରେ ମାଦକ ଦ୍ରବ୍ୟ ମନା । ମାଦକ ଦ୍ରବ୍ୟ, ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ଲାଗିବ ରୋକ । ଆସନ୍ତାକାଲିଠାରୁ ରୋକ ଲଗାଇବା ନିଷ୍ପତି ନେଇଛି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ। ଏନେଇ ସୂଚନା ଦେଇଛନ୍ତି ଶ୍ରୀ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ। ସେ କହିଛନ୍ତି, ଏହି ନିଷ୍ପତ୍ତିକୁ ନ ମାନିଲେ ଟ୍ରଷ୍ଟ ବୋର୍ଡ ଆର୍ଥିକ ଦଣ୍ଡ ବ୍ୟବସ୍ଥା ଲାଗୁ କରିବା । ମନ୍ଦିର ପରିସରରେ ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ ଅଟେ । ଏ ନେଇ ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀମାନଙ୍କୁ ନିବେଦନ କରୁଛି। ଏହି ନିଷିଦ୍ଧ ପଦାର୍ଥର ବ୍ୟବହାର ନିଜେ ନ କରିବାକୁ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ବୋର୍ଡ ନିବେଦନ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login