ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସଂସ୍କରଣ କେବେ ଆରମ୍ଭ ହେବ ଏବଂ ଏହାର କାର୍ୟ୍ୟସୂଚୀ କେବେ ପ୍ରକାଶ ପାଇବ ସେ ନେଇ ସୂଚନା ମିଳିଛି । ସୂଚନା ଅନୁସାରେ , ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୨୫ରେ ଖେଳାଯିବ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଉଦଘାଟନୀ ମ୍ୟାଚରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଖେଳିବ । ବିସିସିଆଇ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ୟ୍ୟସୂଚୀ ଘୋଷଣା କରିନାହିଁ।
Views: 44