ଭୁବନେଶ୍ୱର : ଅଷ୍ଟମ ପିଲା ଜାଣି ନାହାନ୍ତି ଫେଡାଣ ଓ ହରଣ । ଲିଖିତ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ସଂଖ୍ୟା ପ୍ରତିବର୍ଷ ବଢି ବଢି ଚାଲିଛି ବୋଲି କହିଲେ । ଅସର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍ ଭାବରେ ହରଣ ଗୁଣନ, ଫେଡ଼ାଣ କରି ପାରୁ ନାହାନ୍ତି । ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କଣ ପଦକ୍ଷେପ ନେବେ କହିବାକୁ ନିବେଦନ କରିଥିଲେ ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ମଧ୍ୟରେ ୬୭୯୪ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଲକ୍ଷ ରଖାଯାଇଛି । ଏଥିପାଇଁ ୧୧୯୩୯.୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କେବଳ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ଖର୍ଚ୍ଚ ବାବଦକୁ ୧୦୦ ଟଙ୍କା ବ୍ୟୟବରାଦ ରହିଛି । ଯୋଜନା ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଏବେ ସରକାରଙ୍କ ବିଚାରରେ ରହିଛି । ସେହିଭଳି ବନ୍ଦ ହୋଇଥିବାକୁ ସ୍କୁଲ୍କୁ ପୁନଃ ଖୋଲିବାକୁ ପ୍ରସ୍ତାବ ପରେ ରାଜ୍ୟ ସ୍ତରୀୟ ତଥା ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇ ଉପଯୁକ୍ତ ପଦକ୍ଷେପ ନେବାର ବ୍ୟବସ୍ଥା ରହିଛି । ଅସର ରିପୋର୍ଟ ଅନୁଯାୟୀ ଅଷ୍ଟମ ଶ୍ରେଣୀ ପିଲା ଫେଡାଣ ହରଣ ଜାଣି ନାହାନ୍ତି । ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ । ଏହି ସଂଖ୍ୟା ପ୍ରତି ବର୍ଷ ବଢ଼ିବଢ଼ି ଚାଲିଛି । ଏହାକୁ ନେଇ କଣ ପଦକ୍ଷେପ ନିଆଯାଉଛି ତାହାକୁ ନେଇ ଉତ୍ତର ଚାହିଁଥିଲେ ଚକ୍ରମଣି କହଁର । ୨୦୧୪ରେ ୬୩.୪ ପ୍ରତିଶତ ପିଲା ଫେଡ଼ାଣ ଜାଣି ନଥିବା ବେଳେ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି । ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ ରେ ତାହା ବଢିକି ୪୫.୮ ପ୍ରତିଶତରେ ପହଁଚିଛି । ବିଧାୟକ ଚକ୍ରମଣି କହଁର ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଅଷ୍ଟମ ପିଲା ଜାଣିନାହାନ୍ତି ଫେଡାଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











