ବାଲେଶ୍ୱର : ମାଡ ମାରିଲେ , ଗୁଳିକରି ଲୁଟିନେଲେ ୭ ଦୁର୍ବୁତ୍ତ । ଗୁଳି ମାଡରେ ଜଣେ ପଡୋଶୀ ଗୁରୁତର । ଛାତିରେ ବାଜିଛି ଗୁଳି । ୧୦ ଲକ୍ଷର ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ । ପରିବାର ଲୋକ ବିରୋଧ କରିବାରୁ ଆକ୍ରମଣ ଓ ଗୁଳି ମାଡ଼ କରି ୫ଜଣଙ୍କୁ ଆହତ କରିଛନ୍ତି ଡକାୟତମାନେ । ଦୁବୃର୍ତ୍ତ ପରିବାରର ୬ ଜଣକଙ୍କର ହାତ ବାନ୍ଧି ମାଡ଼ ଦେଇ ୪ଟି ସୁନା ହାର, ଗୋଟିଏ ମଙ୍ଗଳସୂତ୍ର, ୫ ହଳ କାନଫୁଲ, ରୂପା ଅଳଙ୍କାର ସହ ଅନେକ ଜିନିଷ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ଏଥିସହ ନଗଦ ୫୦ ହଜାର ଟଙ୍କା ଲୁଟିଛନ୍ତି କ୍ଷ ପରିବାର ସଦସ୍ୟଙ୍କୁ ଟାଣି ଘୋଷାରି ମାଡ଼ ମାରିଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ସୋର ଡାକ୍ତରଖାନା ପରେ ବାଲେଶ୍ୱରକୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି କ୍ଷ ଡକାୟତମାନେ ଅଣ ଓଡ଼ିଆରେ କଥା ହେଉଥିଲେ । ସୋରୋ ଥାନା ପୋଲିସ ତଦନ୍ତ କରୁଛି ।
Views: 28