ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ମାଡିଗଲା ରେସିଂ କାର । ୭ ଜଣଙ୍କର ଚାଲିଗଲା ଜାବନ । କଲମ୍ବୋରେ ଆୟୋଜିତ ଫକ୍ସ ହିଲ ସୁପର କ୍ରସ ୨୦୨୪ରେ ଅଘଟଣ । କାର ରେସିଂ ଚାଲିଥିବା ବେଳେ ଭାରସାମ୍ୟ ହରାଇ ମାଡିଗଲା । ୮ ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ରହିଛି । ୨୦ ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେଣ୍ଟ୍ରାଲ ହିଲ ରିସୋର୍ଟରେ ରେସିଂ ସମୟରେ ଏକ କାର ନିୟନ୍ତ୍ରଣ ବାହାରକୁ ଯାଇ ଟ୍ରାକ୍ରୁ ଖସି ଯାଇଥିଲା । ଏବଂ ଏହା ଦର୍ଶକ ଗ୍ୟାଲେରୀରେ ବସିଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ଆହତଙ୍କ ଭିତରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
Views: 53