ନୂଆଦିଲ୍ଲୀ ; ଆଉ ୨ ଆତଙ୍କବାଦୀଙ୍କ ଘର ଉଡାଇଲେ ସୁରକ୍ଷାକର୍ମୀ । କାଶ୍ମୀରରେ ମାଟିରେ ମିଶିଲା ଆଉ ୨ ଆତଙ୍କବାଦୀଙ୍କ ଘର । ସୋପିଆନ ଓ ପୁଲୱାମାରେ ୨ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା ।ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ପ୍ରଶାସନ ଗତକାଲି ରାତିରେ ଦୁଇ ସକ୍ରିୟ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛି। ଶୋପିଆନ ଏବଂ କୁଲଗାମ ଜିଲ୍ଲାରେ ରହିଥିଲା ଏହି ଦୁଇ ଆତଙ୍କବାଦୀଙ୍କ ଘର । ଶୋପିଆନ ଜିଲ୍ଲାର ଛୋଟିପୋରା ଗାଁରେ ପ୍ରଥମ କାର୍ୟ୍ୟାନୁଷ୍ଠାନ କରାଯାଇଥିଲା, ଯେଉଁଠାରେ ସକ୍ରିୟ ଲସ୍କର-ଏ-ତୈବା କମାଣ୍ଡର ଶାହିଦ ଅହମ୍ମଦ କୁଟ୍ଟେଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଶାହିଦ ଗତ ୩ରୁ ୪ ବର୍ଷ ଧରି ଆତଙ୍କବାଦୀ କାର୍ୟ୍ୟକଳାପରେ ସକ୍ରିୟ ଅଛି ଏବଂ ଅନେକ ଦେଶ ବିରୋଧୀ ଷଡ଼ଯନ୍ତ୍ରରେ ସାମିଲ ଅଛି। ଏହା ପରେ ଜାକିରର ଘର ଭଙ୍ଗା ଯାଇଛି ।
Views: 26