ଦେବଗଡ : ଡଙ୍ଗା ବୁଡି ୨ ଛୁଆଙ୍କର ଚାଲିଗଲା ଜୀବନ । ରେଙ୍ଗାଲି ଡ୍ୟାମରେ ମାଛ ଧରିବା ବେଳେ ବୁଡିଗଲା ଡଙ୍ଗା । କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମ ସ୍ଥିତ ରେଙ୍ଗାଳି ନଦୀବନ୍ଧ ଜଳ ଭଣ୍ଡାରରେ ଘଟିଛି ଏହି ଅଘଟଣ କ୍ଷ ମୃତ ଦୁଇ ଶିଶୁ ବୁଲୁ ପେଣ୍ଠେଇଙ୍କ ଦୁଇ ପୁଅ ଆୟୁଷ ପେଣ୍ଠେଇ (୫)ଓ ରିୟାଂଶ ପେଣ୍ଠେଇ (୩), ଓ ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ (୨୫) ଏବେ ବି ନିଖୋଜ ଅଛନ୍ତି । ମାଛ ମାରିବାକୁ ଯାଇ ନଦୀ ଖଣ୍ଡିରେ ମଞ୍ଚା କରି ଜଗି ରହିଥିବା ବେଳେ ହାତୀ ଭୟରେ ଗତକାଲି ବିଳମ୍ବିତ ରାତିରେ ଡଙ୍ଗାରେ ନଦୀ ପାରି ହେଉଥିବା ସମୟରେ ଡ଼ଙ୍ଗା ବୁଡି ଯିବା କାରଣରୁ ପାଣିରେ ବୁଡି ମା ଓ ଦୁଇ ଶିଶୁ ପୁତ୍ର ନିଖୋଜ ହୋଇଥିଲେ କ୍ଷ ଆଜି ସକାଳୁ ଦୁଇ ଶିଶୁ ପୁତ୍ରଙ୍କ ମୃତଦେହ ଉଦ୍ଧାର କରଯାଇଥିବା ବେଳେ ମା ଏବେ ମଧ୍ୟ ନିଖୋଜ ଥିବା ଜଣାପଡିଛି କ୍ଷ
Views: 62