The Ultimate Managed Hosting Platform
ADVERTISEMENT

ମାଗଣା ବିଜୁଳି ପ୍ରତିଶ୍ରୁତି ପ୍ରତି ଜନତାଙ୍କୁ ସାବଧାନ କରାଇଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଝାଡଖଣ୍ଡକୁ ଏୟାରପୋର୍ଟ, ଏମ୍ସ ସମେତ ୧୬୮୦୦ କୋଟି ଟଙ୍କାର ଅନେକ ଯୋଜନାର ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବାବା ବୈଦ୍ୟନାଥଙ୍କ ପୂଜାର୍ଚ୍ଚନା ପରେ ଜନସଭାକୁ ସମ୍ବୋଧିତ କରି ଦେଶବାସୀଙ୍କୁ ସର୍ଟ ସର୍କିଟ୍‌ର ରାଜନୀତି କରୁଥିବା ଲୋକଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମାଗଣା ବିଜୁଳି- ବସ ଯାତ୍ରା ପରି ପ୍ରତିଶ୍ରୁତି ପ୍ରତି ଲୋକଙ୍କୁ ସାବଧାନ କରି କରି କହିଛନ୍ତି ଯେ, ଏହି ଧରଣର ପ୍ରତିଶ୍ରୁତି ଦିନେ ଜନତାଙ୍କୁ କାଙ୍ଗାଳ କରିବ। ସଟ୍ କଟ୍ କରୁଥିବା ଲୋକଙ୍କ ସର୍ଟ ସର୍କିଟ୍  ହେବା ଥୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ସର୍ଟକଟ୍ ରାଜନୀତିକୁ ଦେଶ ପ୍ରତି ବଡ ଚ୍ୟାଲେଞ୍ଜ ଦର୍ଶାଇ କହିଛନ୍ତି, ଲୋଭନୀୟ ପ୍ରତିଶ୍ରୁତି ଦେଇ  ଲୋକଙ୍କ ଭୋଟ୍ ସାଉଁଟିବା ସହଜ। ସର୍ଟକଟ୍ ଆପଣଉଥିବା ଲୋକଙ୍କୁ ନା ପରିଶ୍ରମ କରିବାକୁ ପଡିଥାଏ ନା ଦୂରଗାମୀ ପରିଣାମ ବିଷୟରେ ଭାବିବାକୁ ପଡିଥାଏ। ମାତ୍ର ଏହା ସତ ଯେ, ଯେଉଁ ଦେଶର ରାଜନୀତି ସର୍ଟକଟ୍ ଉପରେ ଆଧାରିତ ତାର ସର୍ଟ ସର୍କିଟ୍ ମଧ୍ୟ ହୋଇଥାଏ। ସର୍ଟକଟ୍ ରାଜନୀତି ଦେଶକୁ ଧ୍ଵଂସ କରିଥାଏ। ଭାରତରେ ଏମିତି ରାଜନୀତିଠୁ ଦୂରରେ ରହିବାକୁ ପଡିବ। ଯଦି ଭାରତକୁ ନୂତନ ଶୀର୍ଷକୁ ଯିବାର ଅଛି ତେବେ ପରିଶ୍ରମ କରିବାକୁ ପଡିବ। ସର୍ଟକଟ୍‌ର ପରିଣାମ ଏହା ଯେ, ଭାରତ ସହିତ ସ୍ଵାଧୀନତା ପାଇଥିବା ଅନେକ ଦେଶ ଆଗକୁ ବଢି ଯାଇଥିବା ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ଜୀବନରେ ବିଜୁଳିର ଗୁରୁତ୍ଵ ବହୁତ ରହିଥାଏ। ବିଜୁଳି ନଥିଲେ ନା ମୋବାଇଲ୍ ଚାର୍ଜ ହେବ ନା ଟିଭି ଚାଲିବ। ଟାଙ୍କି ଥିବ କିନ୍ତୁ ନଳ ଲାଗିନଥିବ, ବିଜୁଳି ନଥିଲେ ଟାଙ୍କି ବିଭରିବ ନାହିଁ। ପାଣି ନଆସିଲେ ଖାଦ୍ୟ ପ୍ରସ୍ତୁତ ହୋଇ ପାରିବ ନାହିଁ। ଆଜି ବିଜୁଳି ବହୁତ ଶକ୍ତିଶାଳୀ ହୋଇ ଯାଇଛି। ପ୍ରତିଟି କାମ ବିଜୁଳି ସହିତ ଜଡିତ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login