ତୁରୁମୁଙ୍ଗା: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆତଙ୍କ। ଆହତଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟୁତକାର୍ୟ୍ୟାଳୟର ୩ ଜଣ କର୍ମଚାରୀ ଅଛନ୍ତି। ତୁରୁମୁଙ୍ଗା କଲେଜ ରାସ୍ତାରେ ଯାଉଥିବା ସମୟରେ ବିଦ୍ୟୁତକାର୍ୟ୍ୟାଳୟ ନିକଟରେ ମହୁମାଛି ଆକ୍ରମଣ କରିଛନ୍ତି। ବିଦ୍ୟୁତ ବିଲ ପୈଠ କରିବାକୁ ଆସିଥିବା ଲୋକେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ବିଦ୍ୟୁତକାର୍ୟ୍ୟାଳୟ ପରିସରରେ ଏକ ଗଛରେ ଥିବା ମହୁମାଛି ବସାରେ ବାଜ ପକ୍ଷୀ ଆକ୍ରମଣ କରିଥିବାରୁ ମହୁମାଛି ଆକ୍ରମଣ କରିଥିବା ଜଣାପଡ଼ିଛି।
Views: 87











