The Ultimate Managed Hosting Platform
ADVERTISEMENT

ଆଜିଠୁ ମା ତାରିଣୀଙ୍କ ପୀଠରେ ଚଇତି ପର୍ବ

Facebook
Twitter
LinkedIn

କେନ୍ଦୁଝର: ଆଜିଠୁ ଆରମ୍ଭ ହୋଇଛି ଚଇତି ପର୍ବ । କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇଛି । ଆଜିଠାରୁ ବିଷୁବ ପଣା ସଂକ୍ରାନ୍ତି ଯାଏ ଏହାକୁ ଅତି ଧୁମଧାମରେ ପାଳନ କରାଯାଇଥାଏ । ମା’ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ତରଫରୁ ଆରମ୍ଭ ହୋଇଥିଲା ଚଇତି ପର୍ବ । ଦୀର୍ଘ ୮୮ ବର୍ଷ ହେଲା ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇ ଆସୁଛି ।ବାର୍ଷିକ ଉତ୍ସବରେ ମାଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହି ପବିତ୍ର ଦିନଟିରେ ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ଅଛି । ତେଣୁ ଆଜି ମା’ଙ୍କ ଦର୍ଶନ ଲାଗି ଦୂର ଦୂରାନ୍ତରୁ ଘଟଗାଁ ମା’ ତାରିଣୀଙ୍କ ପୀଠକୁ ଭକ୍ତଙ୍କର ସୁଅ ଛୁଟୁଛି। ଏଥିଯୋଗୁ ମା’ଙ୍କ ପୀଠ ଲୋକାରଣ୍ୟ ହୋଇ ଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login