The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ଅନୁଗୁଳ : ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଚାଲିଗଲା ଜୀବନ । ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା କମ୍ପସଲା ପଞ୍ଚାୟତ ହରିହରପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ କଣିହାଁ ଥାନା ହରିହରପୁର ଗାଁର ବିପିନ୍ ପ୍ରଧାନ । ସୂଚନା ଅନୁସାରେ ରୋଷେଇ ନିଆଁର ଧୂଆଁ ବାହାରି ଏକ ମହୁ ଫେଣାରେ ବାଜିବା ପରେ ମହୁମାଛି ଆକ୍ରମଣ କରିଥିଲେ । ପାଖାପାଖି ୨ ଶହ ମିଟର ଉପରକୁ ଧୂଆଁ ଉଠି ମହୁ ଫେଣାରେ ବାଜିଥିଲା । ମହୁମାଛି ଗୋଡେଇ ଗୋଡେଇ ଲୋକଙ୍କୁ ଆକ୍ରମଣ କରିଥିଲେ । ପାଖାପାଖି ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଏଥିରେ ଜଣେ ପ୍ରାଣୀ ଚିକିତ୍ସକ ଗୁରୁତର ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login