ଭୁବନେଶ୍ୱର : ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନୀତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମହିଳା ଦିବସ କାର୍ୟ୍ୟକ୍ରମରେ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ମହିଳାମାନେ ସାମିଲ ହୋଇଥିଲେ । ସଫଳତା ସହ କାର୍ୟ୍ୟକ୍ରମ ହୋଇଥିଲା । ଏହି ଅବସରରେ ସାତ ଜଣ ସୁନାମ ଧନ୍ୟ ମହିଳାଙ୍କୁ ସମ୍ମାନିତ କରାଯାଇଛି । ସେପଟେ ରାଜ୍ୟରେ ମହିଳାମାନେ ନିର୍ୟାତିତା ହେଉଥିବାରୁ ରାଜ୍ୟ ସରକାରକୁ ସାମ୍ଵାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ବିଜୁ ବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ମହିଳା ବିଜେଡି ଆଜି ଏହା ନିନ୍ଦା ପ୍ରସ୍ତାବ ଆଣିଛି । ବିଜେପି ସରକାରରେ ଆଜି ମହିଳା ସୁରକ୍ଷିତ ନୁହଁନ୍ତି । ଗଣଦୁଷ୍କର୍ମ, ଆତ୍ମହତ୍ୟା, ଅତ୍ୟାଚାର, ଆଦିବାସୀ ମହିଳାଙ୍କୁ ଅତ୍ୟାଚାର ସୀମା ଟପିଛି । ଏ ନେଇ ମଧ୍ୟ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ସ୍ନେହାଙ୍ଗିନୀ । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଏବେ ବିପଦରେ ପଡିଛି । ତେଣୁ ମହିଳାମାନଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ।
ମହିଳାଙ୍କୁ ଲଲିପପ୍ ଦେଇଛନ୍ତି ରାଜ୍ୟ ସରକାର : ବିଜେଡି

Facebook
Twitter
LinkedIn
Facebook
Twitter
LinkedIn
Recent News
ଶାଶ୍ୱତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡକୋ ଅଧ୍ୟକ୍ଷ ଭାବେ ମଧ୍ୟ...
ଜନ୍ମବେଦୀକୁ ଯିବେ ଶ୍ରୀଜିଉ
ପୁରୀ : ଆଉ କିଛି ସମୟ ପରେ ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ । ଅଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ଗୋଟି ପହଣ୍ଡିରେ ଜନ୍ମବେଦୀକୁ...
ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ
ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ
ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...