The Ultimate Managed Hosting Platform
ADVERTISEMENT

ପୋଲିସ ଦେଖି ମହାନଦୀକୁ ଡେଇଁଲେ

Facebook
Twitter
LinkedIn

ସାଲେପୁର : ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ । ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଜଗତପୁର ଥାନା ବାରଗଡିଆରେ ବାଲି ଉଠାଇବା ରେଡରୁ ଅଘଟଣ । ଖଣି ବିଭାଗ ଓ ପୋଲିସର ଚଢାଉ ବେଳେ ଜରି ଡେଇଁ ପଡିଥିଲେ । ଜଗତପୁର ଥାନା ଅଧୀନ ବାରଗଡିଆରେ ମହାନଦୀରେଗତ କାଲି ବିଳମ୍ବିତ ରାତିରେ ବାଲି ଉଠାଉ ଥିବା ବେଳେ ଅଚାନକ ମାଇନସ ଓ ପୋଲିସ ଅଧିକାରୀ ଚଢଉ କରିଥିଲେ। ଏଥିରେ ଭୟଭୀତ ହୋଇ ୪ଜଣ ନଦୀକୁ ଡେଇଁ ପଡ଼ିଥିଲେ ।. ସେମାନେ ଟ୍ରାକ୍ଟର ଲେବର ଭାବେ କାର୍ୟ୍ୟ କରୁଥିଲେ । ନଦୀରୁ ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ନିଖୋଜ ଅଛନ୍ତି । ଅଦ୍ୟାବଧି ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଖଣି ବିଭାଗ ଓ ପୋଲିସକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login