ସମ୍ବଲପୁର : ଶାଲିମାର-ସମ୍ବଲପୁର ମହିମା ଗୋସାଇଁ ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ସିଟି ଷ୍ଟେସନ ନିକଟରେ ହେଲା ଲାଇନଚ୍ୟୁତ । ଜେନେରାଲ କୋଚର ଗୋଟିଏ ବଗି ଲାଇନଚ୍ୟୁତ । ଭୁବନେଶ୍ୱରରୁ ସମ୍ବଲପୁର ଯାଉଥିଲା ଏକ୍ସପ୍ରେସ । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ସମ୍ୱଲପୁର ନିକଟରେ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି ।
Views: 63











