ନୂଆଦିଲ୍ଲୀ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କଲା । ମହାୟୁତ୍ତିର ବୃହତ ବିଜୟ ହୋଇଛି ମହାରାଷ୍ଟ୍ରରେ । ମହାୟୁତ୍ତି ୨୨୭ ଆସନ ହାତେଇ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ନିରାଶ ହୋଇଛି ମହାବିକାଶ ଆଘାଡ଼ି ଦଳ । ଏମଭିଏ ମାତ୍ର ୪୮ ଆସନରେ ବିଜୟୀ ହୋଇଛି। ପାଞ୍ଚମାସ ତଳେ ଲୋକସଭା ନିର୍ବାଚନ ପରେ ସଂପୂର୍ଣ୍ଣ ବଦଳିଛି ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ। ଯାହା ରାଜନୈତିକ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ମନ୍ତ୍ରୀ ଶାହ ଓ ବିଜେପିର ହେଭିୱେଟଙ୍କ ମାରାଥନ କ୍ୟାମ୍ପେନ ଦେଇଛି ଲ୍ୟାଣ୍ଡସାଇଡ ଭିକ୍ଟ୍ରି। କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଛି । ଏକୁଟିଆ ବିଜେପିକୁ ୧୩୦ସିଟ, ଶିବସେନା ସିନ୍ଦେକୁ ୫୫ ଓ ଏନସିପି ଅଜିତ ପାୱାରକୁ ୪୧ ଆସନ । ଜନାଦେଶ ପରେ ଜୋରଦାର ସେଲିବ୍ରେସନ । ଏକକ ବୃହତ ଦଳ ଭାବେ ବିଜୟୀ ହେବା ସହ ମହାରାଷ୍ଟ୍ରରେ ଲଗାତାର ୩ଥର ସରକାର ଗଠନ କରିବାକୁ ଯାଉଛି ବିଜେପି ମେଣ୍ଟ।
ଝାଡ଼ଖଣ୍ଡରେ ଭୁଲ ପ୍ରମାଣିତ ହେଲା ଏଗଜିଟ ପୋଲ୍। ଇଣ୍ଡିଆ ମେଣ୍ଟକୁ ବଡ଼ ବିଜୟ। ୫୬ ସିଟ୍ ରେ ବିଜୟୀ ହୋଇଛି ମେଣ୍ଟ। ମ୍ୟାଜିକ ନମ୍ବର ଠାରୁ ବହୁ ଆଗରେ। ପୁଣି କ୍ଷମତାକୁ ଫେରିବେ ହେମନ୍ତ ସୋରେନ। ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫେଲ୍ ମାରିଛି ବିଜେପିର ଆକ୍ରମଣାତ୍ମକ କ୍ୟାମ୍ପେନ। ୨୧ ସିଟରେ ସୀମିତ ରହିଛି ଦଳ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମହିଳା ଓ ଆଦିବାସୀ ଭୋଟର ଅଜାଡ଼ି ଦେଇଛନ୍ତି ସମର୍ଥନ। ଆଦିବାସୀ ସିଟ୍ ରେ କ୍ଲିନ୍ ସୁଇପ୍ କରିଛି ଇଣ୍ଡିଆ ମେଣ୍ଟ।
ମହାରାଷ୍ଟ୍ରରେ ମହାୟୁତ୍ତିର ବୃହତ ବିଜୟ, ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ ବିଜୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











