The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ରରେ ବଢୁଛି ଗୁଇଲେନ-ବାରି ସିଣ୍ଡ୍ରୋମ ମାମଲା, ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି ଗୁଇଲେନ୍-ବାରି ସିଣ୍ଡ୍ରୋମ୍ (ଜିବିଏସ) ମାମଲା । ଏବେ ଏଥିରେ ସନ୍ଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଥିବା ବେଳେ ପୁନେରେ ଆଉ ପାଞ୍ଚଟି ମାମଲା ଚିହ୍ନଟ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ପୁନେ ସହର, ଗ୍ରାମାଞ୍ଚଳ ଏବଂ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧୬୩ଟି ସନ୍ଦିଗ୍ଧ ମାମଲା ରହିଛି । ଏହିପରି ନିଶ୍ଚିତ ଜିବିଏସ ମାମଲାର ମୋଟ ସଂଖ୍ୟା ୧୨୭ ହୋଇଛି । ସେଥିରେ ଏବେ ପାଞ୍ଚଟି ନୂଆ ମାମଲା ଅନ୍ତର୍ଭୁକ୍ତ ହୋଇଛି ।୧୬୩ଟି ସନ୍ଦିଗ୍ଧ ମାମଲା ମଧ୍ୟରୁ ପୁଣେ ସହରରୁ ୩୨, ପୁଣେ ମ୍ୟୁନିସିପାଲ୍ କର୍ପୋରେସନ୍ ସୀମାରେ ନୂତନ ଭାବରେ ଯୋଡ଼ା ଯାଇଥିବା ଗ୍ରାମରୁ ୮୬, ପିମ୍ପରି ଚିଞ୍ଚୱାଡରୁ ୧୮, ପୁଣେ ଗ୍ରାମାଞ୍ଚଳରୁ ୧୯ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ୮ଟି ମାମଲା ରହିଛି ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜିବିଏସ୍ ସାଧାରଣତଃ ଜୀବାଣୁ ଏବଂ ଭାଇରାଲ୍ ସଂକ୍ରମଣ ଦ୍ୱାରା ବ୍ୟାପିଥାଏ ଏବଂ ପରେ ଆକ୍ରାନ୍ତଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login