ମୁମ୍ବାଇ : ଆଜିଠୁ ମହାରାଷ୍ଟ୍ରରେ ଫଡନାଭିସ ସରକାର । ଆଜି ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ । ସନ୍ଧ୍ୟା ୫ଟା ୩୦ରେ ୩ୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପଡନାଭଇସ । ଦକ୍ଷିଣ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଏଥିରେ ପାଖାପାଖି ୪୦ ହଜାର ବିଜେପି କର୍ମୀ ଉପସ୍ଥିତ ରହିବେ। ଦୁଇ ହଜାର ଭିଭିଆଇପି ଅଲଗା ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ୯ରୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ, ୧୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ହଜାର ୫ଶହ ପୋଲିସ କର୍ମୀ ଓ ୫୨୦ ଅଧିକାରୀ ମୁତୟନ ହେବେ।
Views: 34