ବୈାଦ୍ଧ: ଜଙ୍ଗଲ ଭିତରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ । ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ । ବଘିଆପଡା ଫାଣ୍ଡି ଗୈାଡଦେଇ ମଣ୍ଡି ପଛପଟ ଜଙ୍ଗଲରେ ମୃତଦେହ ଉଦ୍ଧାର । ମୃତ ଯୁବକ ଜାମପାଲି ଗାଁର ହୋଇଥିବା ସୂଚନା ରହିଛି । ଯୁବକଙ୍କୁ କେହି ପିଟି ପିଟି ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଗତକାଲି ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈାଣସି ପତ୍ତା ମିଳିନଥିଲା । ଆଜି ସକାଳେ ଗୈାଡଦେଇ ମନ୍ଦିର ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃତଦେହ ପଡିଥିବାର ଶୁଣି ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ସେମାନେ ବିଭିଷଣଙ୍କ ମୃତଦେହ ଚିହ୍ନଟ କରିଛନ୍ତି । ସେପଟେ ମୃତଦେହ ପଡିଥିବା ସ୍ଥାନରୁ ଏକ ଘରକୁ ରକ୍ତ ଚିହ୍ନ ପଡିଛି । କେହି ପିଟି ପିଟି ହତ୍ୟା କରିଥିବା ସନେ୍ଦହ କରାଯାଉଛି ।
Views: 135











