The Ultimate Managed Hosting Platform
ADVERTISEMENT

ମହାକୁମ୍ଭରୁ ଫେରୁଥିବା ବେଳେ ଧକ୍କା ଦେଲା ବସ , ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ମହାକୁମ୍ଭରୁ ଫେରୁଥିବା ବେଳେ ଧକ୍କା ଦେଲା ବସ । ସଡକ ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । ମଧ୍ୟପ୍ରଦେଶ ଜବଲପୁରରେ ମଙ୍ଗଳବାର ସକାଳେ ଘଟିଛି ଦୁର୍ଘଟଣା । ଶ୍ରଦ୍ଧାଳୁମାନେ ଏକ ଟ୍ରାଭେଲର୍ ଗାଡ଼ିରେ ପ୍ରୟାଗରାଜ ମହାକୁମ୍ଭରୁ ଆନ୍ଧ୍ରପ୍ରଦେଶ ଫେରୁଥିଲେ । ଜବଲପୁର କଲେକ୍ଟର ଦୀପକ କୁମାର ସକ୍ସେନା କହିଛନ୍ତି ଯେ ଦୁର୍ଘଟଣା ସକାଳ ପ୍ରାୟ ୮ଟା ୩୦ରେ ଜିଲ୍ଲା ମୁଖ୍ୟାଳୟରୁ ୬୫ କିଲୋମିଟର ଦୂର ସିହୋରା ସହର ନିକଟରେ ଘଟିଥିଲା । ଏଠାରେ ଏକ ଟ୍ରକ୍ ଏବଂ ଟ୍ରାଭେଲର୍ ମଧ୍ୟରେ ଧକ୍କାରେ ଆନ୍ଧ୍ରପ୍ରଦେଶର ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହି ସମସ୍ତ ଲୋକ ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରୁଥିଲେ । ଦୁର୍ଘଟଣାର ଖବର ପାଇ ଜବଲପୁର କଲେକ୍ଟର ଏବଂ ପୋଲିସ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ, ସ୍ଥାନୀୟ ପ୍ରଶାସନ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀମାନେ ତୁରନ୍ତ ରେସକ୍ୟୁ କାର୍ୟ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୨ରୁ ୩ ଜଣ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କୁ ପ୍ରଥମେ ସିହୋରା ତହସିଲର ସରକାରୀ ଡାକ୍ତରଖାନା ଏବଂ ପରେ ଜବଲପୁର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login