ନୂଆଦିଲ୍ଲୀ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ମହାକାଶରୁ ଫେରିଲେ ସୁନୀତା ୱିଲିୟମ୍ସ । ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା । ମହାକାଶ କେନ୍ଦ୍ରକୁ ବାଏ ବାଏ କରି ପୃଥିବୀ ପୃଷ୍ଠରେ ଅବତରମ କଲେ । ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କ ଅବତରଣ । ଆମେରିକାର ଫ୍ଲୋରିଡା ତଟରେ ଅବତରଣ । ସ୍ପେଶ ଏକ୍ସର ଡ୍ରାଗନ ଯାନର ସଫଳ ଲାଣ୍ଡିଂ । ୯ ମାସ ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରଠୁ ଫେରିଲେ ସୁନୀତା । ୮ ଦିନ ପାଇଁ ଯାଇ ୯ ମାସ ଫଶି ରହିଥିଲେ ମହାକାଶରେ । ୯ ମାସରେ ୯୦୦ ଘଣ୍ଟାର ରିସର୍ଚ୍ଚ କଲେ ସୁନୀତା । ୧୫୦ରୁ ଅଧିକ ପରୀକ୍ଷଣ ସହ ସ୍ପେସ ଷ୍ଟେସନର ମରାମତି ବି କଲେ । ମହାକାଶରେ ସବୁଠୁ ଅଧିକ ସମୟ ବିତାଇଥିବା ମହିଳା ପାଲଟିଲେ ।

କ୍ରୁ-୯ ମାର୍ଚ୍ଚ ୧୮, ୨୦୨୫ରେ ଭାରତୀୟ ସମୟ (IST) ପୂର୍ବାହ୍ନ ୧୦.୩୫ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି । ଏହି ସମୟରେ ଡଲଫିନ୍ ମହାକାଶଚାରୀମାନଙ୍କୁ ସ୍ୱାଗତ କରିଥିଲେ ଯେଉଁମାନେ କ୍ୟାପସୁଲ୍ ଚାରିପାଖରେ ପହଁରିଥିଲେ ଯାହାକୁ ପରେ ଜାହାଜ ଦ୍ୱାରା ମହାକାଶଚାରୀଙ୍କୁ ପୁନରୁଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ ଗତ ବର୍ଷ ଜୁନ ମାସ ୫ ତାରିଖରେ ସୁନୀତା ଓ ବୁଚ୍ ୮ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ଯାଇଥିଲେ। କିନ୍ତୁ ବୋଇଂ ଷ୍ଟାରଲାଇନର କ୍ୟାପ୍ସୁଲରେ ତ୍ରୁଟି ଯୋଗୁଁ ଫେରି ପାରିନଥିଲେ । ୮ ଦିନ ପାଇଁ ଯାଇ ୯ ମାସରୁ ଅଧିକ ସମୟ ରହିଗଲେ। ସ୍ପେସ ଷ୍ଟେସନ ଭିତରେ ଗୁରୁତ୍ୱାକର୍ଷଣ ଶକ୍ତି ନାହିଁ। ତାହାରି ଭିତରେ ୮ ଦିନ ପାଇଁ ଯାଇ ୯ ମାସ ରହିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ନିଶ୍ଚିତ ପ୍ରଭାବିତ କରିବ।