ଭୁବନେଶ୍ୱର : ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦଳ ଏକାକୀ ଲଢିବା ବୟାନ ବିଜେପି କର୍ମକର୍ତ୍ତାଙ୍କ ମନରେ ଖୁସିରେ ଲହରୀ ଖେଳାଇ ଦେଇଥିବା କହିଛନ୍ତି ଅପରାଜିତା । ଏହି ବୟାନ ଆସିବା ପରେ କେବଳ ବିଜେପି କର୍ମୀ ନୁହନ୍ତି ବରଂ ଓଡ଼ିଶାବାସୀ ମଧ୍ୟ ଆନନ୍ଦିତ ଥିବା କହିଛନ୍ତି ଅପରାଜିତା । ବିଜେପି ରାଜ୍ୟରେ ଏକାକୀ ଲଢିବ ଏବଂ କୌଣସି ଦଳ ସହ ମେଣ୍ଟ କରିବନି ବୋଲି ମନମୋହନ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ସେଲିବ୍ରେସନ କରିବା କଥା ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ଏହି ବୟାନ ଏବେ ମେଣ୍ଟକୁ ନେଇ ସସପେନ୍ସ ବଢାଇଛି ।
Views: 93











