The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ମଦ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ !

Facebook
Twitter
LinkedIn

କାଲିମେଳା : ମଦ ପାଇଁ ସ୍ତ୍ରୀର ଜୀବନ ନେବାକୁ ପଛାଇଲାନି ନୃଶଂସ ସ୍ୱାମୀ । ମଦ ନଦେବାରୁ ସ୍ତ୍ରୀକୁ ଲାଠିରେ ପିଟି ପିଟି ହତ୍ୟା କରିଛି ରାକ୍ଷସ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ.ଭି -୭୯ ଥାନା ଅନ୍ତର୍ଗତ ଗିନିପାଲୀ ଗାଁରେ କ୍ଷ ମୃତ ମହିଳା ଜଣଙ୍କ ହେଉଛନ୍ତି ୩୮ ବର୍ଷିଆ ଭାରତୀ କୁଞ୍ଜ । ଘଟଣାଟି ଘଟିଛି ଅଗଷ୍ଟ ୧୬ ତାରିଖ ଅପରାହ୍ନ ୫ଟା ସମୟରେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ବାମୀ ଭୀମା ନିଶା ଗ୍ରସ୍ତ ହୋଇ ପତ୍ନୀଙ୍କୁ ସବୁ ଦିନ ମାର ପିଟି କରେ । ଏପରିକି ଚାଷବାସ କଥା କିଛି ବୁଝୁ ନଥିଲା ଭୀମା । ବହୁ କଷ୍ଟରେ ଘରର ସମସ୍ତ ଦାୟିତ୍ବ ନେଉଥିଲେ ଭାରତୀ । ସ୍ବାମୀ ଚାଷ ବାସରେ ସାହାଯ୍ୟ କରୁନଥିବାରୁ ଭାରତୀ ନିଜ ଜମି ଚାଷ କରିବା ପାଇଁ କିଛି ଶ୍ରମିକଙ୍କୁ ଡାକିଥିଲେ । ପରମ୍ପରା ଅନୁସାରେ ଭାରତୀ ଘରେ ମଦ ରାନ୍ଧି ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ କିନ୍ତୁ ସ୍ୱାମୀକୁ ମଦ ଦେଇନଥିଲେ । ସ୍ତ୍ରୀ ମଦ ନଦେବାରୁ ରାଗରେ ଜଳୁଥିଲା ଭୀମା । ପରେ ଧାନ ତଳି ଉଠାଇବାକୁ ଜମିକୁ ଯାଇଥିଲେ ଭାରତୀ । ଏତିକି ବେଳେ ଭୀମା ସେଠାରେ ପହଞ୍ଚି ଲାଠିରେ ପିଟି ପିଟି ଭାରତୀଙ୍କ ଜୀବନ ନେଇଗଲା ।
ଭୀମାର ଏପରି ନୃଶଂସ କାଣ୍ଡ ଦେଖି ଗ୍ରାମବାସୀ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ କ୍ଷ ମୃତ ସ୍ତ୍ରୀ ଭାରତୀ କୁଞ୍ଜଙ୍କର ଗତକାଲି ବ୍ୟବଚ୍ଛେଦ ହୋଇଥିବା ବେଳେ ସ୍ୱାମୀ ଭିମା କୁଞ୍ଜକୁ ଏମ୍. ଭି-୭୯ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login