The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ

Facebook
Twitter
LinkedIn

ଭୁବନେଶ୍ୱର : ବିଦ୍ୟୁତ୍ ବିଭାଗ ଘୋର ଅବହେଳା କରିଛି। ବାଲିପାଟଣା ଥାନା କୁଳନ୍ତିରା ଶାସନରୁ ଏହିଭଳି ଅଭିଯୋଗ ଆସିଛି। ଏହି ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟରୁ ଷ୍ଟେ ଛିଣ୍ଡି ପଡ଼ବା ଫଳରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲା ଅକ୍ଷୟ କୁମାର ଭୋଇ ଓରଫ ବୁଲା ଚନ୍ଦନ ଭୋଇ (୧୨)। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସାଢେ ଗୋଟେ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା। ଗାଁ ମଝି ଖୁଣ୍ଟରେ ବନ୍ଧା ହୋଇଥିବା ଚାକୁଣ୍ଡା ଗଛ ଡାଳରେ ବନ୍ଧା ହୋଇଥିବା ଲାଇନ ଖ୍ହଣ୍ଟ ଷ୍ଟେ ତାର ବର୍ଷା ପବନରେ ଛିଣ୍ଡି ତଳେ ପଡ଼ିଥିଲା। ଚନ୍ଦନ ଭଙ୍ଗା ଡାଳ ଆଣିବାକୁ ଯିବା ସମୟରେ କରେଣ୍ଟ ଚାର୍ଚ୍ଚ ହୋଇଥିବା ଛିଣ୍ଡା ଷ୍ଟେ ତାର ତାଙ୍କ ହାତ ଏବଂ ଅଣ୍ଟାରେ ଲାଗି ରହିଥିଲା। କରେଣ୍ଟ ସଂସ୍ପର୍ଶରେ ଆସି ତଳେ ପଡ଼ି ଯାଇଥିଲା। ହାତ, ପିଠି, ପେଟରେ ଲାଗି ଜଳି ଯାଇଥିଲା। ସେଠାରେ ଥିବା ଜଣେ ମହିଳା ପାଟି କରି ଡାକି ଥିଲେ। ଗ୍ରାମର ଲିଟୁଆ ଭୋଇ ବାଉଁଶ ଲାଠିରେ କରେଣ୍ଟ ଚାର୍ଜ ଥିବା ତାରକୁ ଟାଣି କାଢ଼ିବା ପରେ ଚନ୍ଦନଙ୍କୁ ଉଦ୍ଧାର କରାଯାଇଥିଲା। ଚନ୍ଦନକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି ଯେ, ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅବହେଳାରୁ ଛାତ୍ରର ଜୀବନ ଯାଇଛି। ଏହି ଘଟଣା ନେଇ କୁଳନ୍ତିରା ଶାସନରେ ଚାପା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login