ଭୁବନେଶ୍ୱର : ଓଡିଶାର ୪ ସଂସଦୀୟ କ୍ଷେତ୍ରରେ ମତଦାନ ନେଇ ସମୟ ନିର୍ଘଣ୍ଟ । ସବୁଠି ସକାଳ ୭ରୁ ଆରମ୍ଭ , ମାତ୍ର ମତଦାନ ଶେଷ ସମୟ ଭିନ୍ନ । କଳାହାଣ୍ଡି ନୂଆପଡାରେ ୩୯ ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ । କେଉଁ ମତଦାନ କେନ୍ଦ୍ରରେ କେତେବେଳ ଯାଏଁ ଭୋଟ୍ ଗ୍ରହଣ ହେବ, ସେଥିପାଇଁ ସମୟ ନିର୍ଘଣ୍ଟ କରିଛନ୍ତି ନିର୍ବାଚନ କମିଶନ ।
କଳାହାଣ୍ଡି ନୂଆପଡ଼ାର ୩୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି ଖଡ଼ିଆଳର ୨୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଲାଞ୍ଜିଗଡ଼ର ସମସ୍ତ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ଜୁନାଗଡ଼, ଧର୍ମଗଡ଼ ଓ ଭବାନୀପାଟଣାରେ ସକାଳ ୭ଟାରୁ ୫ଟା ଯାଏଁ ଭୋଟ୍ । ନର୍ଲାର ୧୯ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୫ଟା ଯାଏର୍ ଭୋଟ୍ ଗ୍ରହଣ । ନବରଙ୍ଗପୁର ଉମରକୋଟର ୨୨ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ । ଝରିଗାଁର ୨୬ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ । ନବରଙ୍ଗପୁର ୧୦ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ । ଡାବୁଗାଁର ୪ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ୍ । ବାକି ଅନ୍ୟ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ୬ଟା ପର୍ୟ୍ୟନ୍ତ ଭୋଟ୍ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟା ୫ଟା ଯାଏଁ ମତଦାନ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀରେ ୭ଟାରୁ ୬ଟା ଯାଏଁ ମତଦାନ । କେବଳ ମୋହନାରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ୭ଟାରୁ ୬ଟା ଯାଏଁ ଭୋଟ୍ । କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ରୁ ୫ଟା ଯାଏଁ ଭୋଟ୍ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ଟାରୁ ୫ଟା ଯାଏଁ ମତଦାନ । ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ୭ଟାରୁ ୪ଟା ଯାଏଁ ଭୋଟ୍ ଗ୍ରହଣ । କେବଳ ଜୟପୁରରେ ୭ଟାରୁ ୬ଟା ଯାଏଁ ଭୋଟ୍ ଗ୍ରହଣ ହେବ ।
ମତଦାନ ନେଇ ସମୟ ନିର୍ଘଣ୍ଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...