ସୁନ୍ଦରଗଡ : ବିଜୁ ଏକ୍ସପ୍ରେସ ୱେ’ରେ ୨ ଯୁବକଙ୍କୁ ଗୁଳିମାଡ । କୁତ୍ରା ନିକଟରେ ୪ ମୁଖାପିନ୍ଧା ଦୁର୍ବୁତ୍ତଙ୍କ ଗୁଳିମାଡ । ମଝି ରାସ୍ତାରେ ଅଟକାଇ ଗୁଳିମାଡ । ଜଣଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ବେକରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ଜଣ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର ହୋଇଥିବା ଜଣାପଡ଼ିଛି । ତେବେ କିଏ ଓ କାହିଁକି ସେମାନଙ୍କ ଉପରକୁ ଗୁଡ଼ିମାଡ଼ କଲା ତାହା ଜଣାପଡ଼ି ନାହିଁ । ଗୁଳିମାଡ଼ ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପୋଲିସ ମେଡିକାଲ ଯାଇ ବୟାନ ରେକର୍ଡ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 74











