ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ମୋଦି । ରେକର୍ଡ ସଂଖ୍ୟାରେ ମତଦାନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ । ଦାନ ଭାବନା ସହ ମତଦାନରେ ସାମିଲ ହେବାକୁ ଭୋଟରଙ୍କୁ ଅପିଲ । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଭୋଟ୍ ଦେବା ସହ ସେଠାରେ ଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଛନ୍ତି ।
Views: 62