The Ultimate Managed Hosting Platform
ADVERTISEMENT

ଭୂମିହୀନଙ୍କୁ ମିଳିବ ଜଙ୍ଗଲ ଜମି ଅଧିକାର, ପଟ୍ଟା ବାଣ୍ଟିଲେ ବିଧାୟକ

Facebook
Twitter
LinkedIn

ପାଟଣା : ଭୂମିହୀନଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ । କେନ୍ଦୁଝର ଜିଲ୍ଲା ସାହାର ପଡା ବ୍ଲକ ଦାମାହୁଦା ପଞ୍ଚାୟତ ସଭାଗୃହରେ ଗୁରୁବାର ଭୂମିହୀନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି । ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଦାମାହୁଦା ଉଚା ଟାଙ୍ଗର ଓ ବେଲ ସରେଇ ଗ୍ରାମର ମୋଟ ୪୩ ଜଣ ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ବ୍ଲକ ଅଧକ୍ଷା ରୀନା ନାଏକ, ତହସିଲଦାର ବାବାଜୀ ଚରଣ ସିଂ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏସ୍ ଦେବ ଦର୍ଶନୀ ପ୍ରୀତିରେଖା ଜିଲ୍ଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼,ଚମ୍ପାବତୀ ଟୁଡୁ, ଦାମାହୁଦା ସରପଞ୍ଚ ବାସନ୍ତୀ ଟୁଡୁ, ଏଫ ,ଆର,ସି ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଯୋଗଦେଇ ଭୂମିହୀନଙ୍କୁ ପଟା ବଣ୍ଟନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login