ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଏବଂ ଗୁଜରାଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ରହିଥିବା ଜଣାପଡିଛି । ସେହିପରି ଜମ୍ମୁରେ ଭୂକମ୍ପର ତୀବ୍ରତା ୨.୭ ରହିଛି । ସେହିପରି ଲେହ-ଲଦାଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯେଉଁଥିରେ ଭୂକମ୍ପର ତୀବ୍ରତା ୩.୯ ରହିଛି । ତେବେ ଭୂକମ୍ପରେ କ୍ଷୟକ୍ଷତିଜନିତ କିଛି ଆକଳନ କରାଯାଇନାହିଁ । ଭୂକମ୍ପ ଝଟକା ପାଇବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ । ସୂଚନାଯୋଗ୍ୟ, ଜିଏସଡିଏମଏ ମୁତାବକ, ଗୁଜରାଟ ଭୂକମ୍ପପ୍ରବଣ ଅଞ୍ଚଳ । ଗତ ୨୦୦ ବର୍ଷ ମଧ୍ୟରେ ୯ଟି ବଡ ଭୂମିକମ୍ପ ଗୁଜରାଟରେ ହୋଇଛି । ୨୦୦୧ରେ କଛରେ ଆସିଥିବା ବଡ଼ ଭୂକମ୍ପ ।
Views: 53